Saturday, April 25, 2020

ମୋ ହୃଦୟର ଦୁଃଖ

ହେ ଭଗବାନ. ଏ କଣ ହେଲା, କାହିଁକି ଏପରି ନିର୍ଦୟ ହେଉଚ ପ୍ରଭୁ.
ମିଛ, ମାୟା, ଲୋଭ, କ୍ରୋଧ, ମୋହ ରେ ବଷବର୍ତ୍ତୀ ହୋଇ, ଆମେ ସବୁକିଛି ଭୁଲି ଯାଇଥିଲୁ,
ଧର୍ମ ନାମରେ ହିଂସା, ଜାତି ନାମରେ ହିଂସା, ବର୍ଣ ନାମରେ ହିଂସା ଆଚରଣ କରି ଆମେ ନିଜକୁ ବୀର ପୁରୁଷ ଦେଖାଇ ବାହାଦୁରି ମାରୁଥିଲୁ,
ଆମେ ଭୁଲି ଯାଇଥିଲୁ, ଯେଉଁ ଦେଶରେ ଆମେ ଜନ୍ମ ନେଇଚୁ, ସେଇ ଦେଶର ମାଟି ପାଇଁ କେତେଯେ ବୀର ଯବାନ ନିଜଜୀବନ କୁ ପ୍ରାଣବଳି ଦେଇ ଏ ଦେଶକୁ ବଞ୍ଚାଇ ଥିଲେ. କଣ ପାଇଁ?
ଆମରି ମାନଙ୍କ ପାଇଁ..
କିନ୍ତୁ ଦୃଭାଗ୍ୟ. ଆଜି ଆମେ ଭୁଲିଯାଇଛେ ଆମର ଅସ୍ତିତ୍ୱ କଣ.
ଆଜି ଆମେ ଧର୍ମ ନାମରେ  ରକ୍ତ ରେ ହୋଲି ଖେଳିବାକୁ ଅତ୍ୟନ୍ତ ଆନନ୍ଦ ମନେକରୁଚେ.
ଏହା କଣ ଗାନ୍ଧୀଜି ଙ୍କ ସ୍ୱପ୍ନ ର ଭାରତ?
କେତେଦିନ ଏମିତି ଆମେ ଧର୍ମ, ଜାତି, ବର୍ଣ, ମନ୍ଦିର, ମସଜିଦ ନାମରେ ପରସ୍ପର ରକ୍ତରେ ହୋଲି ଖେଳୁଥିବା?
ହେ ମୋର ଶିକ୍ଷିତ ଭାଇ ଓ ଭଉଣୀ, ଏ ଭାରତ ମାତାର ସନ୍ତାନ, ସଭିଏଁ ଆମେ ଗୋଟିଏ ମାତା ର ସନ୍ତାନ.
ସେ ହେଉଛି ଆମ ଦେଶ ଭାରତ

          ଜୀବନରେ ସର୍ବଦା ଦୁଇଟି ସତ୍ୟ........ ଜନ୍ମ ଓ ମୁର୍ତ୍ତୃ.
ଏ ଦୁଇଟି କୁ ଛାଡିଦେଲେ ବାକିସବୁ ମିଥ୍ୟା, ଆମେ ଆସିଚେ ଏକା ଜୀବାହିଁ ଏକା, ନା କିଛି ଆଣିକି ଆସିଥିଲେ, ନା କିଛି ନେଇକି ଯିବା?
    ତେବେ କଣ ପାଇଁ ଆମେ ପରସ୍ପର ଲଢୁଛେ?
                ଆଜି ସାରା ବିଶ୍ୱ କୁ  ଏକ ମହାମାରୀ ଗ୍ରାସ କରିଚାଲିଛି, ସମସ୍ତଙ୍କ କଣ୍ଠରେ ଗୋଟିଏ ସ୍ୱର ହେ ଭଗବାନ ମୁକ୍ତି କର ପ୍ରଭୁ ଏ ଭୟା ନକ ମହାମାରୀ କବଳରୁ.
ମୁକ୍ତି ଦିଅ ପ୍ରଭୁ, ଶୁଣ ପ୍ରଭୁ ଆମର ଏ କରୁଣ ଚିତ୍କାର.
ସମସ୍ତ ମାନବ ସମାଜ ଆଜି ବେସାହାରା, ଦୁଃଖିନୀ ମା ଚାହିଁ ବସିଛି କେବେ ଫେରିବ ବିଦେଷୁରୁ ତା ପୁଅ. ସୁଖୀ ଯାଇଛି ତା ଆଖିର ଲୁହ. ହୃଦୟ ବେଦନାକୁ ଚାପିଧରି ପୁଅର ଫେରିବା ବାଟକୁ ଅନାଇ ବସିଛି...
     ନୂଆ ନୂଆ ବିବାହ କରି, ଦୁଇ ପଇସା ରୋଜଗାର କରିବା ଆଶାରେ ପତ୍ନୀ କୁ ବୁଝାଇ ମାସକ ପୂର୍ବରୁ ଆସିଥିବା ସେହି ଗରିବ ଶ୍ରମିକ ଅନାଇ ବସିଛି ସରକାରଙ୍କ ନିର୍ଦେଶ ନାମକୁ କେଵେଖୋଲିବ ଦେଶର ଏହି ତାଲାବନ୍ଦ, କେବେଚାଲିବ ରେଳ ଓ ଗାଡି. ଫେରିଯିବ ତାର ସେ ପୈତୃକ ଗ୍ରାମକୁ.
ଅପେକ୍ଷା କରିଚି କୋମଳ ମତି ଶିଶୁଟି. କଅଁଳ କଣ୍ଠ ରେ ତାର ମା କୁ ପଚାରୁଛି ବାବା ମୋ ପାଇଁ ଖେଳନା ଆଣି କେବେ ଆସିବେ..
ଗରିବ ଚାଷୀର ମୁଣ୍ଡ ଉପରେ ଦୁଇ ଦୁଇଟା ବିବାହ ଉପଯୋଗୀ ଝିଅଙ୍କ ବୋଝ ତା ଆଖିରୁ ନିଦ ଉଡାଇ ନେଇଚି.
ବିଦେଶରେ ଥାଇ ପୁଅଟି ମୋବାଇଲ ଦ୍ୱାରା ଦେଖୁଚି ତା ବାପାର ଜୁଇ...
ବାପା ମୁର୍ତ୍ତୃ ରେ ପୁଅ ଯୋଗ ଦେଇପାରୁନି...
ସେହି ଅସହାୟ ଜନ୍ମ କରିସାରି ମୁର୍ତ୍ତୃ ବରଣ କରିଥିବା ମା କୁ ଗାଁ ମସାଣି ବାରଣ କରୁଚି.
ଏ ଦୁଃଖ ଆଉ ସହି ହେଉନି ପ୍ରଭୁ.
ଖୋଲି ଦିଅ ସେଇ ବଡ଼ ଦେଉଳ ର କବାଟ. ତୁମ ଚରଣ ରେ ଆଶ୍ରୟ ଦିଅ ପ୍ରଭୁ, ରକ୍ଷା କର ଆମକୁ ରକ୍ଷା କର......
              ମାନସ କୁମାର କର
             Ph. 6350263818


No comments:

Post a Comment

AI: Shaping the Future of Humanity |

AI: Shaping the Future of Humanity | In the grand tapestry of human innovation, few threads have proven as transformative as the...