ତୁ କୋଉଠୁ ଆସିଲୁ, ତୋ ଘର କୋଉଠି, ମୋ ସହିତ ତୋର କି ଶତ୍ରୁତା, ମୁଁ ତୋର କି ଦୋଷ କରିଥିଲି, ମୋ ମା ତୋର କି ଦୋଷ କରିଥିଲା ଏହି ଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଚି. ମୁଁ କିଛି କହି ପାରୁନି, କିଛି ଜାଣିବି ପାରୁନି, ହେଲେ ଏତିକି ଜାଣିଚି ମୋ ମାକୁ ମୁଁ ଉଠାଉଚି. ମା ହେ ମା ତୁ ଉଠୁ ମୋତେ କ୍ଷୀର ଦେ, ମୁଁ ଵା ତୋ ପୁଅ ଉଠିଯା ମା ମୋ ତଣ୍ଟି ସୁଖୀଗଲାଣି.ଏ ଗୋଟେ କଅଁଳ ଶିଶୁର ମନର ଭାବନା. ବିହାରର ମୁଜାଫରପୁର ରେଳ ଷ୍ଟେସନ ରେ ଘଟିଥିବା ଏକ ହୃଦୟ ବିଦାରକ ଦୃଶ୍ୟ ଗତ କିଛି ଦିନ ହେବ ସାରା ବିଶ୍ୱକୁ ହାହାକାର ମଚେଇ ଦେଇଥିଲା କରୋନା ରୁପି ମହାମାରୀ, ତାହାର ପରିଣାମ ସିଧାସଳଖ ଭୋଗିଥିଲା ଏହି କଅଁଳ ଶିଶୁଟି. ଶ୍ରମିକ ମାନେ ବିଚଳିତ
ହୋଇ ନିଜ ଘର ଅଭିମୁଖେ ପଳାୟନ କରିଥିଲେ.
ଏହାକୁ ନେଇ ଅନେକ ରାଜନୀତି ହୋଇଥିଲା. ସରକାରଙ୍କ ଘୋଷଣା ଫିକାପଡିଯାଇଥିଲା ବଡ଼ ବଡ଼ିଆ କାରଖାନାର ମାଲିକଙ୍କ ଆଗରେ. ଏହି ଦୁରାଚାରୀ ମାଲିକ ମାନେ ପଇସା ତ ଦୁରକଥା ଖାଇବାକୁ ବି ଦେଇନଥିଲେ ଏହି ଶ୍ରମିକ ମାନଙ୍କୁ . ଭୋକିଲା ରହି ନିଜ ଜୀବନକୁ ପ୍ରାଣବଳି ଦେଇଥିଲା ସେହି ମା ଜଣକ. କିନ୍ତୁ ସେହି କଅଁଳ ଶିଶୁଟି ହୋଇଗଲା ମା ଛେଉଣ୍ଡ. ତାର ଭବିଷ୍ୟତ କଣ ହେବ. ଆଜିର ଏହି ବିଂଶ ଶତାବ୍ଦୀ ରେ ଜଦି କେହି ଅନାହାରରେ ମୃତ୍ୟୁ ବରଣ କରେ ସେଥିପାଇଁ ଦାଇକିଏ.
ଏହାର ଉତ୍ତର ମୋ ସାମ୍ନା କୁ ଆସେ, ଆମ ଦେଶର ନେତା, ମନ୍ତ୍ରୀ, ପୁଞ୍ଜିପତି, ଶିଳ୍ପପତି, ଶିକ୍ଷିତ ବଡ଼ ବଡ଼ ବାବୁ ମାନେ. ଏମାନେ କେବଳ ଜନ୍ମ ନେଇଥାନ୍ତି ଗରିବଙ୍କ ରକ୍ତ କୁ ଶୋଷିବା ପାଇଁ. ଏମାନଙ୍କର ମାନବିକତା ଜଦି ଥାନ୍ତା ଏ ନିରୀହ ଶିଶୁଟି ମା ଛେଉଣ୍ଡ ହୋଇନଥାନ୍ତା. ଆଜି ସେହି କଁଅଳ ଶିଶୁଟି ମୁଜାଫରପୁର ରେଳଷ୍ଟେସନ ରେ ଠିଆ ହୋଇ ପଚାରୁଛି. ହେ ମୋର ଭାରତ ମାତାର ଶିକ୍ଷିତ ସନ୍ତାନ. ମୁଁ ତୁମର କି ଦୋଷ କରିଚି. ହେ ମୋର ଭାରତମାତାର ପ୍ରତିଷ୍ଠିତ ବିଧାୟକ, ସାଂସଦ ମୋ ମା କଣ ତୁମକୁ ଭୋଟ ଦେଇନି. ଏହି ଭାରତମାର ବକ୍ଷରେ ମୋ ଜନ୍ମ ଦାତ୍ରୀ ଆଜି ଚିର ନିଦ୍ରାରେ ସୋଇପଡିଛି.
ହେ କରୋନା ମୁଁ ତୋର କି ଦୋଷ କରିଥିଲି, ତୁ ମୋ ମା କୁ ମୋ ଠାରୁ ଛଡାଇ ନେଲୁ. ହେ ଭଗବାନ ମୁଁ କି ପାପ କରିଥିଲି.
ମୋତେ କେହିତ ଜଣେ ମୋ ପ୍ରଶ୍ନ ର ଉତ୍ତର ଦିଅ.
ମୁଁ ଜଣେ କେହି ଦେଇ ପାରିବିନି ଏହାର ଉତ୍ତର କାରଣ ମୁଁ ଗୋଟେ ଶ୍ରମିକର ପୁଅ, ମୁଁ ଗୋଟେ ପ୍ରଭାସୀର ପୁଅ, ମୁଁ ଗୋଟେ ଦାଦନ ର ପୁଅ. ମୁଁ ଗୋଟେ ଗରିବ, ମୋର ଜନ୍ମ କେବଳ ମରିବା ପାଇଁ. ମୁଁ ସମସ୍ତଙ୍କର ପରିହାସର ପାତ୍ର ଟିଏ.
ବହୁତୁ କିଛି ଶିକ୍ଷା ଦେଇଗଲୁ କରୋନା. ଯାହା ଚାଟଶାଳୀ ର ଗୁରୁଜୀ ଙ୍କ ଠାରୁ ଶିଖି ନଥିଲୁ. ନନା, ବୋଉଙ୍କ ଠାରୁ ଶିଖି ନଥିଲୁ. ତାହା ଆଜି ନୂଆ ଶିକ୍ଷା ପାଇଲୁ.

ବହୁତ ସୁନ୍ଦର ଭାବରେ ଵର୍ଣ୍ଣନା କରିଛନ୍ତି
ReplyDeleteThank you
Delete