ଯଦି ଆପଣଙ୍କୁ କେହି ତା ନିଜଠାରୁ ଦୂରେଇବାକୁ ଚାହୁଁଚି,ସେ ଆପଣଙ୍କୁ ଦୂରେଇବା ପୂର୍ବରୁ ଆପଣ ନିଜେ ତା ଜୀବନରୁ ଚାଲିଯାନ୍ତୁ,
କାହିଁକିନା ଆନ୍ତରିକତା ହୀନ ସମ୍ପର୍କ ସର୍ବଦା ଯନ୍ତ୍ରଣା ଦାୟକ |
ଯଦି ଆପଣ କାହାକୁ ବୁଝି ପାରୁନାହାନ୍ତି, କିମ୍ବା ଆପଣଙ୍କୁ କେହି ବୁଝିପାରୁନି, ତାହେଲେ ଏଥିରେ ନିଜକୁ କିମ୍ବା ଅନ୍ୟକୁ ଦୋଷ ଦିଅନ୍ତୁ ନାହିଁ ବରଂ ମନେରଖନ୍ତୁ ଜୀବନରେ ଆମେ ସମସ୍ତଙ୍କୁ ବୁଝିପାରିବା ନାହିଁ କିମ୍ବା ଆମକୁ ମଧ୍ୟ କେହି ବୁଝିପାରିବେ ନାହିଁ |
ବେଳେବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡିଥାଏ କାହିଁକିନା ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ |
ସମୟ ଦିନେ କହିଦିଏ ତୁମେ କାହାକୁ ଖୋଜିବାକୁ ଯାଇ କାହାକୁ ହରେଇ ଦେଇଛ |
ଯେବେ ମନ ଦୁଃଖ ଥାଏ ସମସ୍ତେ ପଚାରିନିଅନ୍ତି ମନ କାହିଁକି ଦୁଃଖ ଅଛି, କିନ୍ତୁ ସେହି ଲୋକ ପଚାରିନଥାଏ ଯାହା ପାଇଁ ମନ ଦୁଃଖ ଥାଏ |

ଖରାପ ସମୟରେ ସାହାଯ୍ୟ କରୁଥିବା ଲୋକଙ୍କୁ, କେବଳ ସ୍ୱାର୍ଥପର ଲୋକହିଁ ଭୁଲିଯାନ୍ତି |






No comments:
Post a Comment