ଅଷ୍ଟମୀ ରାତି ର କଳା ଅନ୍ଧାରରେ
ଗରଭ ଯନ୍ତ୍ରଣା ସହି ଜନମ ଦେଇଚି ହସି ହସି ମୋତେ
ମୋ ବୋଉ ଭଳି କେହି ନାହିଁ ।
ନନା ଙ୍କ ବେସ୍ତତା, ଭାବନା ବେଦନା
କ’ଣ ବା କରିବି ମୁଁ ବର୍ଣ୍ଣନା
ମୋ ନନା ଙ୍କ ଭଳି ଧର୍ଯ୍ୟବାନ୍ ଏ ଦୁନିଆ ରେ କେହି ନାହିଁ ।
ପିଲା ଦିନେ ମୋର କୁନି ହାତ ଧରି
ଚାଲି ଶିଖାଇଛନ୍ତି ମୋ ନନା
ଟିକି ଓଠେ ଫୁଣି ନନା ବୋଉ ଡାକ
ଶିଖାଇଚି ମୋ ମା ।
ରୋଗ ହେଲେ ମୋତେ
ଯେ ପାଖରେ ବସି ଉପାଶେ ଥାଏ ଜଗି
ଭଗବାନ ଙ୍କୁ ଡାକି-ଡାକି ଦିନ-ରାତି ଯେ ଦିଏ ବିତାଇ
ସେ ମୋ ବୋଉ ତା ଭଳି ଏ ଦୁନିଆ ରେ କେହି ନାହିଁ ।
କେତେ ଉପଦେଶ କେତେ ଆଶୀର୍ବାଦ
ଶିଖାଇଛନ୍ତି ମୋତେ ମୋ ନନା
ଏ ଜନମେ ତାଙ୍କ ରୁଣ ସୁଝିବା ରେ ଅପାରଗ ମୁଁ ଆଜି
ତାଙ୍କ ପାଦପଦ୍ମେ ମୋ ଜୀବନ ଏମିତି ଯାଉ କଟି ।
କେତେ ଅଳି କେତେ ଅର୍ଦଳି କରିଚି ହିସାବ ନାହିଁ ତାର
ତିଳେ ହେଲେ ମୋର ଉଣା କରନ୍ତିନି
ସେ ମୋ ପ୍ରଥମ ଗୁରୁ ଅପାର ନିରାକାର ।
ନିଜର ଦୁଖ କୁ ଚାପି ରଖି ମନେ
ଲୁହ ଢାଳେ ଲୁଚି ଲୁଚି
ଜଣାଏ ନାହିଁ କେବେ ଅନ୍ତର ବେଦନା
ରୁଚି ବି ନଥାଏ ତାର କିଛି
ସେ ମୋ ବୋଉ ତା ଭଳି ଏ ଦୁନିଆ ରେ କେହି ନାହିଁ ।
ସଳିତା ପରି ଯେ ନିଜେ ଜଳି ଜଳି ଆଲୋକ ଦିଅନ୍ତି ଅଜାଡି
ତିଳେ ହେଲେ କିନ୍ତୁ ଅଭିଯୋଗ ନାହିଁ
ସେ ମୋ ନନା ତାଙ୍କ ଭଳି ଏ ଦୁନିଆ ରେ କେହି ନାହିଁ ।
ତାଙ୍କ ଠୁ ଆରମ୍ବ ତାଙ୍କ ଠି ଶେଷ
ସେ ମୋ ଜୀବନ ନୌକା
ତାଙ୍କ ବିନା କେହି ନିଜର ନାହିଁ ଏ ଜଗତେ
ସେତ ତ ଜଗତଜିତା ।
ମନ୍ଦିର-ମସଜିଦ୍
ଗିର୍ଜା-ଗୁରୁଦ୍ବାର
କିଛି ଦରକାର ନାହିଁ ମୋର
ମୋ ନନା-ବୋଉ ମୋ ପାଇଁ ସବୁଠୁ ବଡ ଠାକୁର
ସଦା ପୁଜୁଥିବି ତାଙ୍କରି ପୟର ଜୀବିତ ଥିବା ଯାଏଁ
ଖାଲି ଏତିକି ବିନତୀ କରିବି ହେ ପ୍ରଭୁ
ମୋ ଆୟୁଷ ତାଙ୍କ ଆୟୁଷ ହେଉ
ସଦା ରଖ ତାଙ୍କୁ ଖୁସି ଚିର କାଳ ଯାଏଁ

No comments:
Post a Comment