ସତରେ ମୋ ଗାଁ କେତେ ସୁନ୍ଦର.
ଗାଁ ଚାରିପଟେ ଧାନବିଲର ସବୁଜିମାରେ.
କେତେଯେ ଆନନ୍ଦ, ଛୋଟବେଳେ
ଆମ୍ବ, କେନ୍ଦୁ, ପିଜୁଳି, ତେନ୍ତୁଳି ଇତ୍ୟାଦି
ଚୋରିକରି ଖାଇବାର ମଜା, ଗାଁ ପୋଖରୀରୁ
ବାନୀଶ ପକାଇ ମାଛ ଧରିବା ସତେ
ଯେମିତି ଆଜି ସ୍ୱପ୍ନ ହୋଇଯାଇଛି.
ଗାଁରେ ଭିଡ଼ିଓ ଦେଖିଲା ବେଳେ
ଆଗରେ ବସିଥିବା ସାଙ୍ଗର ଚୁଟି
ଟାଣି ତାକୁ ହଇରାଣ କରିବା. ଗୁରୁଜନ
ମାନଙ୍କ ଠାରୁ ତାଗିଦ ହେବା, ରାମାୟଣ
ଦେଖିବା ପାଇଁ ଗାଁରେ ଥିବା ଗୋଟିଏ
ଟିଭି ପାଖରେ ଭିଡ଼ ଜମାଇ
କୋଳାହଳ କରିବା ସତରେ ଲୋପ
ପାଇଗଲା,
ବାଦୀପାଲା, ଘୋଡାନାଚ, ବାଉଁଶଖେଳ
ଇତ୍ୟାଦି ଲୋପ ପାଇଗଲା. ସାପ ଖେଳ
ଦେଖି ଡେଉଁରିଆ କିଣିବା. ଆଉ ସେଦିନ
କାହିଁ, ଗଣେଶ ପୂଜା, ସରସ୍ବତୀ ପୂଜା
ରେ ରାତିରୁ ଫୁଲ ଚୋରିକରିବା, ଆମ
ଗାଁ କତେଇ ବୁଢ଼ୀ ଦୋକାନରୁ
ସନ୍ଧ୍ୟାବେଳେ ଜାଲ ନୋଟ ଦେଇ
କଦଳୀ ଖାଇବା.
ତା ପରଦିନ ଘରେ ଆସି ମାଡଖାଇବା,
1992ବନ୍ୟା ରେ ବାଘଗୋରଡ଼ି ରୁ
ଆସିଥିବା ଡ଼ଙ୍ଗା କୁ ନେଇ ପଳାଇବା. ଧରସ ପୋଖରୀ
ମଝିରେ ଡ଼ଙ୍ଗା ନଚାଲିବାରୁ ଡାକପକାଇବା. ଶନିବାର
ମୁଠିଚାଉଳ ରୁ ପାଉଁରୁଟି କିଣି ଖାଇବା, ସ୍କୁଲରେ ଚାଉଳ
ନଦେଇ ଆଣ୍ଠୁଆ ବସିବା, ଗାଁ ମେଳନରେ
ଚିଙ୍ଗୁଡ଼ିଦୋକାନରୁ ରସଗୋଲା ପକେଟରେ ପୁରାଇ
ଲୁଚାଇକି ନେଇଆସିବା କେତେଖୁସି
ଲାଗୁଥିଲା.
ସ୍କୁଲରେ ପଛ ଧାଡିରେ ବସି ଆଗ ରେ
ବସିଥିବା ସାଙ୍ଗର ଚୁଟି ଟାଣିବା
ସବୁ ଅତୀତ ହୋଇଗଲା . ଗାଁ ରୁ
ଅନେକ ଦୂରରେ ରହି ମଧ୍ୟ ଗାଁ କୁ
କେବେ ଭୁଲି ହୁଏନି. ବିଧିର ବିଧାନ
କର୍ମ ହିଁ ଭଗବାନ. କର୍ମ ହିଁ ପୂଜା କୁ
ପାଥେୟ କରି ଚାଲିଚେ..
ଗାଁର ସବୁଜିମା କୁ 1999ମହାବାତ୍ୟା
ଏବଂ 2019ର ଫନି ନଷ୍ଟ କରିଦେଲା
ତଥାପି ଆମ ଗାଁ ଭାଙ୍ଗି ପଡିନି.
ତଥାପି ମୋ ଗାଁ ହସୁଚି, ହସୁଥିବ ମଧ୍ୟ ସର୍ବଦା.
କେମିତି ଲାଗିଲା ଲେଖିଜଣାଇବେ
ମାନସ କୁମାର କର
ଫୋନ-6350263818



No comments:
Post a Comment