Saturday, May 28, 2022

ଅମାନିଆ ମନ

ଏହି ପ୍ରେମ ପୁରୀ ଠାରୁ ଆରମ୍ଭ ହୁଏ ! ମୁଁ ପୁରୀ ରେ ମୋର ସ୍କୁଲ୍ ଶିକ୍ଷା ଆରମ୍ଭ କରିଥିଲି, ମୋ ସ୍କୁଲ ଜୀବନ ବହୁତ ଭଲ ଥିଲା ଏବଂ ମୁଁ ବହୁତ ଖୁସି ସ୍କୁଲ ଜୀବନ ବିତାଇଥିଲି! କିଏ କଣ ସ୍କୁଲ୍ ସାଙ୍ଗ ମାନଙ୍କୁ ଭୁଲିଯାଏ ? ସେମାନଙ୍କ ସହିତ ବିତାଇଥିବା ମୁହୂର୍ତ୍ତ, ସମସ୍ତ ପୁଅ ଏବଂ ଝିଅମାନେ ମଧ୍ୟ ମୋର ବହୁତ ଭଲ ବନ୍ଧୁ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ମୋର ଏକ ପ୍ରେମିକା ଥିଲା. ତାହାର ନାମ ମୁଁ ଏଠାରେ ପ୍ରକାଶ କରିପାରୁନାହିଁ.
                            ସ୍କୁଲ୍ ଜୀବନ ସମୟରେ ମୋ ପ୍ରେମର ପରିପ୍ରକାଶ କେବେ କରିପାରିନଥିଲି, କାରଣ ବାସ୍ତବରେ ସେତେବେଳେ ପ୍ରେମର ସଂଜ୍ଞା କିଛି ଜଣାନଥିଲା, ତଥାପି ଆମେ ଦୁହେଁ ଭଲ ବନ୍ଧୁ ଥିଲୁ! ଆମେ ଅନେକ ପୁଅ ଏବଂ ଝିଅ ସାଙ୍ଗ ଥିଲୁ କିନ୍ତୁ ସେ ଏତେ ମୋର ଘନିଷ୍ଟ ହୋଇଯାଇଥିଲା ଯେ ଦିନେ ନଦେଖିଲେ ମୋ ପେଟକୁ ଦାନା ଯାଉନଥିଲା !
                         ତାର ସେହି ମୁଖମଣ୍ଡଳର ହସ ଏତେ ସୁନ୍ଦର ଥିଲାଯେ , ଅତ୍ୟନ୍ତ ଦୁଃଖରେ ଥିବା ବ୍ୟକ୍ତିଟି ଥରେ ଦେଖିଦେଲେ ତାର ସମସ୍ତ ଦୁଃଖ ଭୁଲିଯାଉଥିଲା. ଆମ ଘର ସାମ୍ନାରେ ତାର ଘର ଥିଲା, ସେ ବାଲକୋନୀକୁ ଆସିବା ମାତ୍ରେ ମୁଁ ଛାତ ଉପରକୁ ଚାଲିଯାଉଥିଲି ! ତା ସାଥିରେ କଥା ହେବାକୁ ଏତେ ଭଲ ଲାଗୁଥିଲାଯେ ମୁଁ ଖେଳିବା ଭୁଲି ଯାଇଥିଲି , ଏପରିକି ମୋ ପୁସ୍ତକରେ ତାର ପ୍ରତିଛବି ଦେଖୁଥିଲି ! ଆମେ ବିଦ୍ୟାଳୟରେ ଏତେ ମଜା କରୁଥିଲୁଯେ, ଶିକ୍ଷକ ମାନେ ବିରକ୍ତ ହୋଇ ଆମକୁ ଦଣ୍ଡ ଦେଉଥିଲେ, ତାହାକୁ ଆମେ ମଜାର ସହିତ ଉପୋଭୋଗ କରୁଥିଲୁ . ଏହିପରି ଆମର ସ୍କୁଲ୍ ଜୀବନ ଅତିବାହିତ ହୋଇଥିଲା, ତାହା ଏବେ ଭୁଲିବା ଅସମ୍ଭବ.
                          ସେ ମୋତେ ଅନେକ ଥର କହିଛି ତୋତେ ଗୋଟେ କଥା କହିବି ରଖିବୁ, ହଁ କହୁନୁ କଣ କହିବୁ ! ନା ପରେ କହିବି ! କାହିଁକି ଏବେ କଣ ହେଲା । ତୁ ବୁଝିପାରୁନୁ ମୁଁ କଣ କହିବାକୁ ଚାହୁଁଚି. ତୁ କହିଲେ ସିନା ମୁଁ ବୁଝିବି ! ଥାଉ ପରେ କହିବି ! ମୁଁ ଚାହୁଥିଲି ସେ ପ୍ରେମର ପରିପ୍ରକାଶ ପ୍ରଥମେ କରୁ କାରଣ ମୋତେ କହିବାକୁ ଡର ଲାଗୁଥିଲା . କିନ୍ତୁ ସେ ଚାହୁଁଥିଲା ମୁଁ ପ୍ରଥମେ ପରିପ୍ରକାଶ କରେ. ଆମ୍ବେ ଦୁହେଁ ଏକାଠି ଟିଉସନ ହେଉଥିଲୁ . ସେଦିନ ସର୍ ଆସିବା ବିଳମ୍ୱ ହୋଇଥିଲା ,।                     
 ଆମ୍ଭେ ଦୁହେଁ ଏକାଠି ଗପୁ ଥୀଲୁ, ଏହାରି ଭିତରେ ସେ ମୋତେ ପଚାରିଲା.
 ତୁ କାହାକୁ ଭଲ ପାଉଛୁ ?
ମୁଁ କହିଲି ନା,
ସେକହିଲା ସତ କହୁଛୁ .
କାଇଁ ମୁଁ ମିଛ କହିଲା ଭଳି ଲାଗୁଚିକି,
ହଁ
 ଯେଉଁ ଝିଅ ମୋତେ ପ୍ରଥମେ ଭଲ ପାଉଛି ବୋଲି କହିବ , ମୁଁ ତାକୁ ହିଁ ଭଲପାଇବି.
 ତୁ ମୂର୍ଖଟା କିରେ ଝିଅ ମାନେ କଣ ଆଗୁଆ କୁହନ୍ତି.
କାହିଁକି କହିବେନି , ସେ ନକହିଲେ ନାହିଁ ।
ତା ମାନେ ତୋର ଯେଉଁ ଭଲ ପାଇବା ।
ଆରେ ତୁ ବୁଝୁନୁ,
                             ମୁଁ ତାକୁ କହିଲେ ସେ ତାଙ୍କ ଘରେ କହିବ, ତାପରେ ଆମ ଘର ଲୋକ ଜାଣିବେ, ସବୁ ସାଙ୍ଗ ସାଥି ଜାଣିବେ କଥାଟା କେମିତି ହେବ କହିଲୁ ।
ଆଛା ତୁ କହିଲୁ ଆମ ଦୁହିଙ୍କ ଭିତରୁ କିଏ ବେଶୀ ସୁନ୍ଦରୀ ।
 ତୁ,
ମିଛ କହିଲୁ,
ଆମ ସ୍କୁଲରେ ଯେତେ ଝିଅ ଅଛନ୍ତି ତୋ ଠୁ କେହି ସୁନ୍ଦରୀ ନାହାଁନ୍ତି । ତେବେ ତୁ ତାକୁ କାହିଁକି ଭଲପାଉଛୁ ,
ଭଲ ପାଇଲି କେତେବେଳେ ସେ ସିନା କହିଲେ,
ଠିକ୍ ଅଛି ସେ ଝିଅ ନା କଣ କହ ମୁଁ ତାକୁ କହିବି । ଏତିକି ବେଳେ ସର୍ ଆସିଲେ ଏବଂ ଏହାରି ଭିତରେ ଦଶମ ପରୀକ୍ଷା ସରିଲା ପରୀକ୍ଷାରେ ଭଲ ମାର୍କ ରଖି ପାସ କଲି , ରାଜଧାନୀ କଲେଜ ରେ ମୋର ନାମ ଲେଖାଗଲା , ନୂଆ ସାଙ୍ଗ ସାଥି , ପାଠ ପଢା ଏବଂ ଆଗକୁ କ୍ୟାରିୟର ଗଢିବାର ସ୍ବପ୍ନ, କେତେବେଳେ ସମୟ ମିଳିଲେ ତା କଥା ବସି ଭାବିବା ଭିତରେ ଚାହୁଁ ଚାହୁଁ କଲେଜ ଜୀବନଟା ସରିଗଲା ।
                      ଏହାରି ଭିତରେ ଅନେକ ଥର ଭାବିଛି ତାକୁ ଯାଇ ମନର କଥାଟା କହିଦେବି କିନ୍ତୁ କାହିଁକି କେଜାଣି ପାଦ ମୋର ଆଗକୁ ଯାଇପାରିନି, ଏହି ପାଞ୍ଚ ବର୍ଷ ଭିତରେ ତା ସହ ଭେଟ ବି ହୋଇନି ,ଧୀରେ ଧୀରେ ମନର ଭାବନାକୁ ମନ ଭିତରେ ରଖି , ପୁରୁଣା କଥା ବାରମ୍ବାର ମନ ଓ ହୃଦୟକୁ ବିଚଳୀତ କରିପକାଉ ଥାଏ । ସେଦିନ ଯଦି ମୁଁ ତାକୁ ଭଲ ପାଏ ବୋଲି କହିଦେଇଥନ୍ତି କେତେ ଭଲ ହୋଇ ଥାଆନ୍ତା । ମନ ଲାଖି ରୋଜଗାର ତ ମିଳିଗଲା , ଏବଂ କିଛିଦିନ ପରେ ବାହାଘର ହୋଇ ଗଲା , 
                ଠିକ୍ ବିବାହ ର ବର୍ଷକ ପରେ ପୁତ୍ର ସନ୍ତାନ ପ୍ରାପ୍ତିହେଲା । ବର୍ତ୍ତମାନ ପୁଅକୁ ମୋର ବାର ବର୍ଷ , ଖରା ଦିନ ଛୁଟି ଯୋଗୁ ମୋ ପୁଅ ଏବଂ ପତ୍ନୀଙ୍କୁ ଘରେ ଛାଡ଼ି ମୁଁ ଆଜମେର ଆସୁଥାଏ ଭୁନେଶ୍ବର ଜୟପୁର ଫ୍ଲାଇଟି ରେ ,ବୋଡ଼ିଂ ପାସ ସମୟରେ ଦେଖା ହୁଏ ତା ସହିତ , ଦେଖିକି ନଦେଖିଲା ଭଳି ମୁଁ ରହିଗଲି , ଏତିକି ବେଳେ ସେ କହିଲା ମାନସ କଣ ଚିହ୍ନି ପାରୁନୁକି? ନା ନା ଦୀର୍ଘ ୨୬ ବର୍ଷ ପରେ ଆମେ ଦେଖା ହେଲେ ତ ହଟାତ୍ ଜାଣି ପାରିଲିନି ,
             ସେ ତା ସ୍ବାମୀ ଙ୍କ ସହିତ ମୋର ପରିଚିତ କରାଇଲା, ତା ପୁଅକୁ କହିଲା ଅଙ୍କଲ ଙ୍କୁ ନମସ୍କାର କର , ଫ୍ଲାଇଟୀ ରେ ତା ପତିଙ୍କୁ କହିଲା ମୋ ସିଟିରେ ବସିବା ପାଇଁ, ଏବଂ ତା ପତିଙ୍କ ସିଟି ମାନେ ତା ପାଖରେ ବସିବା ପାଇଁ, ମୁଁ ସଙ୍କୋଚ ମନେକରୁଥାଏ , କିନ୍ତୁ ତା ସ୍ବାମୀ ମୋତେ କହିଲେ ବସିବା ପାଇଁ . ଧୀରେ ଧୀରେ ଫ୍ଲାଇଟି ଉଡିବାକୁ ଲାଗିଲା , ଏହି ଦୀର୍ଘ ଦୁଇଘଣ୍ଟା ଯାତ୍ରା ଭିତରେ ଅନେକ ହୃୟସ୍ପର୍ଶୀ ଅକୁହା କଥା କହି ଚାଲିଲା ! କେବଳ ଶୁଣିବା ବ୍ୟତୀତ ମୋ ପାଖରେ କହିବାକୁ କିଛି ଉତ୍ତର ନଥିଲା ,
                 ମୋ ଫୋନ ନମ୍ବର ନେଲା, ତା ଘରକୁ ଯିବାପାଇଁ ନିମନ୍ତ୍ରଣ କଲା, ଯେହେତୁ ସେ ଜୟପୁରରେ ରହୁଥିଲେ ,ତା ସ୍ବାମୀ ମୋତେ କହିଲେ କେତେବଳେ ବୁଲିବାକୁ ଆସନ୍ତୁ ଆମ ଘର ଆଡେ . ତାଙ୍କ କଥାକୁ ସମ୍ମାନ ଜଣାଇ ପ୍ରତିଶୁତି ଦେଇ ମୁଁ ଆଜମେର ଅଭିମୁଖେ ଅଗ୍ରସର ହେଲି ! ଠିକ୍ ଦୁଇ ଦିନ ପରେ ତା ଫୋନ ଆସିଲା , 
             ପିଲାଦିନର ସ୍କୁଲ୍ ଜୀବନ ସମୟରେ ଘଟଯାଇଥିବା ଘଟଣା ବଳିକୁ ପୁନରାବୃତ୍ତି କଲା , ଯେତିକି ଦୁଃଖ ଲାଗୁଥାଏ ସେତିକି ହୃଦୟର କୋହ କୁ ଚାପିକି ରଖିବାକୁ ପଡୁଥାଏ । ଏହାରି ଭିତରେ ଇଚ୍ଛା ନଥିଲେବି ତା ସ୍ଵାମୀଙ୍କ ବାଧ୍ୟ ବାଧକତାରେ ତା ଘରକୁ ଯାଇଥିଲି । ସମସ୍ତେ ଏକାଠି ଭୋଜନ କରିଥିଲୁ, ଭୋଜନ ସାରିବା ପରେ ଆମ ସ୍କୁଲ୍ ଜୀବନ କଥା ତା ସ୍ବାମୀ ଙ୍କୁ କହିଥିଲା, ହଟାତ୍ ଏକ ଜରୁରୀ ଫୋନ ଆସିବାରୁ ତା ସ୍ଵାମୀ ଅଫିସ୍ ଚାଲିଯାଇଥିଲେ । 
           ଏହାପରେେ ମୁଁ ତାକୁ କହିଲି ମନଲାଖି ସ୍ଵାମୀଟିଏ ପାଉଛୁ, ସେ କହିଲା ଯାହାକୁ ଭଲପାଉଥିଲି ସେ ମୋ ମନକଥା ବୁଝି ପାରିଲାନି, ଆଉ ଯାହାଭାଗ୍ୟରେ ଅଛି । ହଁ ତୁ କହିଲୁ ସେ ପିଲାଟି କିଏ ତୁ ଯାହାକୁ ଭଲ ପାଉଥିଲୁ । ମୋ ପାଟିରୁ ହଟାତ୍ ବାହାରି ଗଲା ତୁ, ଏତିକି ଶୁଣିବା ମାତ୍ରେ ମୋତେ କୁଣ୍ଢେଇ କାନ୍ଦିପକାଇଲା, କହିଲା ଏହି ପଦେ କହିବା ପାଇଁ ତୁ କେତେ ଡେରୀ କରିଦେଲୁ ସେପଟ ଘରୁ ଶବ୍ଦ ଆସିଲା ମାମା ମୋ ଦେହରୁ ତା ଦେହକୁ ଅଲଗା କରିନେଲା , ମୁଁ କହିଲି ସମୟ ୫ଟା ବାଜିଲାଣି ମୁଁ ଆସୁଛି , କୋହଭରା କଣ୍ଠରେ କହିଲା ମଝିରେ ମଝିରେ ଆସୁଥିବୁ, ପହଞ୍ଚିକି ଫୋନ କରିବୁ , ଆସିବା ବେଳେ ଲାଗୁଥିଲା ଗୋଟାଏ ଶରୀରରୁ ଦୁଇଟି ହୃଦୟ ସତେ ଯେପରି ଅଲଗା ହେଉଛନ୍ତି. ଏ କାହାଣୀ ଟୀ ତାକୁ ଯେତେବଳେ ଶୁଣାଇଲି ,ସେ ତା ନାମଟି ଏ କାହାଣୀ ଚରିତ୍ର ରେ ଗୁପ୍ତ ରଖିବାକୁ ପରାମର୍ଶ ଦେଇଥିଲା। ..….! 
     ମାନସ କୁମାର କର
 ଆଜମେର (ରାଜସ୍ଥାନ) 
୭୩୮୧୩୮୨୨୧୦ 
୮୭୬୩୧୩୨୮୨୭ 
୬୩୫୦୨୬୩୮୧୮

No comments:

Post a Comment

AI: Shaping the Future of Humanity |

AI: Shaping the Future of Humanity | In the grand tapestry of human innovation, few threads have proven as transformative as the...